ଭୁବନେଶ୍ୱର: ବଙ୍ଗୋପସାଗରରେ ମାଡ଼ିଆସୁଛି ଭୀଷଣ ବାତ୍ୟା। ବାତ୍ୟା ‘ମୁରାସୁ’ ଆଶଙ୍କା। ନଭେମ୍ବର ୩ ସକାଳେ ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ୍ ସମ୍ଭାବନା। ଆନ୍ଧ୍ର ଉପକୂଳରେ ପ୍ରବଳ ବର୍ଷା ସମ୍ଭାବନା । ୨ ଓ ୩ ତାରିଖରେ ଦକ୍ଷିଣ ଓ କେନ୍ଦ୍ରୀୟ ଆନ୍ଧ୍ରପ୍ରଦେଶରେ ଅଧିକ ବର୍ଷା ଆଶଙ୍କା, ଚେନ୍ନାଇ ସମେତ ଉତ୍ତର ତାମିଲନାଡୁରେ ମଧ୍ୟ ବର୍ଷା ସମ୍ଭାବନା। ବଙ୍ଗୋପସାଗରରେ ପୁଣି ଏକ ସମ୍ଭାବ୍ୟ ବାତ୍ୟାକୁ ନେଇ ବଢ଼ିଲା ଚର୍ଚ୍ଚା। ସମ୍ଭାବ୍ୟ ବାତ୍ୟା ‘ମୁରାସୁ’କୁ ନେଇ ବିଭିନ୍ନ ପାଣିପାଗ ମଡେଲରେ ଆକଳନ କରାଯାଉଛି । ଆଗାମୀ ୬ଘଣ୍ଟାରେ ଗଭୀର ଅବପାତ ସମ୍ଭାବନା । ଆଜି ବାତ୍ୟା ଓ ଆସନ୍ତାକାଲି ଭୀଷଣବାତ୍ୟା ସମ୍ଭାବନା ରହିଛି । ୩ତାରିଖ ସକାଳ ବେଳକୁ ଏହା ଦକ୍ଷିଣଆନ୍ଧ୍ର ପ୍ରଦେଶ ଉପକୂଳକୁ ଭୀଷଣ ବାତ୍ୟା ଭାବେ ଘଣ୍ଟା ପ୍ରତି ପବନ ବେଗ ୧୦୦ ରୁ ୧୧୦କିମି ଝଟକା ପବନ ୧୨୦କିମି ବୋହିପାରେ। ଏହାସହ ନେଲୁର ଏବଂ ନାରସାପୁର ମଧ୍ୟରେ ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି।ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ପାଣିପାଗ ବ୍ୟବସ୍ଥାର ପ୍ରଭାବ ମୁଖ୍ୟତଃ ଆନ୍ଧ୍ରପ୍ରଦେଶ ଉପକୂଳରେ ପଡ଼ିପାରେ। ବିଶେଷ କରି ଦକ୍ଷିଣ ଓ କେନ୍ଦ୍ରୀୟ ଆନ୍ଧ୍ରପ୍ରଦେଶରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ସାମ୍ନାକୁ ଆସିଥିବା ପାଣିପାଗ ମଡେଲଗୁଡ଼ିକର ଟ୍ରାକ୍ ଅନୁସାରେ ସମ୍ଭାବ୍ୟ ପାଣିପାଗ ବ୍ୟବସ୍ଥା ବଙ୍ଗୋପସାଗରରୁ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗକୁ ଗତି କରିପାରେ । ତେବେ ଏହାର ଗତିପଥ ଓ ସ୍ଥଳଭାଗରେ ପ୍ରଭାବକୁ ନେଇ ବିଭିନ୍ନ ମଡେଲ ମଧ୍ୟରେ ଭିନ୍ନତା ରହିଛି। ତେଣୁ କେଉଁ ଅଞ୍ଚଳରେ ସର୍ବାଧିକ ପ୍ରଭାବ ପଡ଼ିବ, ତାହା ପରବର୍ତ୍ତୀ ପାଣିପାଗ ଅପଡେଟ୍ ରେ ଅଧିକ ସ୍ପଷ୍ଟ ହେବ। ଅନ୍ୟପଟେ ତାମିଲନାଡୁର ଚେନ୍ନାଇ ଓ ତିରୁଭାଲ୍ଲୁର ଜିଲ୍ଲାରେ ୨ ଓ ୩ ତାରିଖରେ ମଧ୍ୟମ ଧରଣର ବର୍ଷା ହୋଇପାରେ। ଆନ୍ଧ୍ରପ୍ରଦେଶ ଉପକୂଳ ନିକଟରେ ଥିବାରୁ ଏହି ଦୁଇ ଜିଲ୍ଲାରେ ପାଣିପାଗ ବ୍ୟବସ୍ଥାର ପ୍ରଭାବ ଅନୁଭୂତ ହୋଇପାରେ। ବିଶେଷ କରି ପୋନ୍ନେରି, ଗୁମ୍ମିଡିପୁଣ୍ଡି ଓ ପୁଲିକାଟ୍ ଅଞ୍ଚଳରେ ବର୍ଷାର ସମ୍ଭାବନା ରହିଛି। ଏହାସହ ଉତ୍ତର ତାମିଲନାଡୁର ଅନ୍ୟ କେତେକ ସ୍ଥାନରେ ମଧ୍ୟ ଅଳ୍ପରୁ ମଧ୍ୟମ ବର୍ଷା ହୋଇପାରେ । ପାଣିପାଗ ବ୍ୟବସ୍ଥାର ପରୋକ୍ଷ ପ୍ରଭାବରେ ଭିତର ଅଞ୍ଚଳରେ ଝଟକା ପବନ ସହ ବର୍ଷା ଓ ବଜ୍ରପାତ ହେବାର ମଧ୍ୟ ଆଶଙ୍କା ରହିଛି । ତେବେ ଏହି ପାଣିପାଗ ବ୍ୟବସ୍ଥାର ପ୍ରଭାବରେ ସର୍ବାଧିକ ବର୍ଷା ଦକ୍ଷିଣ ଓ କେନ୍ଦ୍ରୀୟ ଆନ୍ଧ୍ରପ୍ରଦେଶ ଉପକୂଳରେ କେନ୍ଦ୍ରୀଭୂତ ହୋଇପାରେ । ଉତ୍ତର ତାମିଲନାଡୁର ଚେନ୍ନାଇ, ତିରୁଭାଲ୍ଲୁର, କାଞ୍ଚିପୁରମ୍ ଓ ଚେଙ୍ଗଲପଟ୍ଟୁ ଅଞ୍ଚଳରେ ତୁଳନାତ୍ମକ ଭାବେ ମଧ୍ୟମ ବର୍ଷା ଆଶଙ୍କା କରାଯାଉଛି । ଏହି ସମୟରେ ବାତ୍ୟାର ସମ୍ଭାବ୍ୟ ଗତିପଥ, ତୀବ୍ରତା ଓ ବର୍ଷାର ପରିମାଣ ଉପରେ ନଜର ରହିବ । ପାଣିପାଗ ମଡେଲର ପୂର୍ବାନୁମାନ ବଦଳିପାରୁଥିବାରୁ ଆଗାମୀ ଅପଡେଟ୍ ଗୁରୁତ୍ୱପୂର୍ଣ୍ଣ ହେବ । IMD ଅପଡେଟ୍ ଅନୁସାରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଅବପାତ ସୃଷ୍ଟି ହୋଇଛି । ଏହା ଆଗାମୀ ୨୪ ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେଇପାରେ । ବାତ୍ୟାରେ ପରିଣତ ହେଲେ ଏହାର ନାମ ‘ମୁରାସୁ’ ରଖାଯିବ । ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଏହା ଆନ୍ଧ୍ରପ୍ରଦେଶ ଉପକୂଳ ନିକଟରେ ପହଞ୍ଚିବାର ସମ୍ଭାବନା ରହିଛି । Skymetର ଆକଳନ ଅନୁସାରେ ଆସନ୍ତାକାଲି ଓ ୩ରେ ଆନ୍ଧ୍ରପ୍ରଦେଶ ଉପକୂଳରେ ଅତି ପ୍ରବଳ ବର୍ଷା ହୋଇପାରେ । ତେବେ ବାତ୍ୟା କେଉଁଠି ସ୍ଥଳଭାଗ ଅତିକ୍ରମ କରିବ, ତାହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ ।