TODAYS
ପେଟ୍ରୋଲ:INR 108.96.00
ଡିଜେଲ:INR 100.68.00
ସୁନା:INR 149290.00
ରୁପା:INR 245000.00
ପେଟ୍ରୋଲ: ₹108.96 , ଡିଜେଲ: ₹ 100.68 | ସୁନା: ₹ 149290 , ରୁପା: ₹ 245000
 
ବର୍ତମାନର ଅପଡେଟ୍ ଖବର !

୨ବର୍ଷ ପୂରିବା ପୂର୍ବରୁ ଶେଷ ହେବାକୁ ଯାଉଛି ହରି ବାବୁ କମ୍ଭମପାଟିଙ୍କ କାର୍ଯ୍ୟକାଳ

HARIBABU

ଭୁବନେଶ୍ୱର : ଓଡ଼ିଶାର ରାଜ୍ୟପାଳ ଭାବେ ଡକ୍ଟର ହରି ବାବୁ କମ୍ଭମପାଟିଙ୍କ କାର୍ଯ୍ୟକାଳ ଦୁଇ ବର୍ଷ ପୂରିବା ପୂର୍ବରୁ ଶେଷ ହେବାକୁ ଯାଉଛି । ଝାଡ଼ଖଣ୍ଡର ବରିଷ୍ଠ ବିଜେପି ନେତା ବ୍ରଜ ମୋହନ ରାମଙ୍କୁ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଥିବା ସୂଚନା ମଧ୍ୟରେ ହରି ବାବୁଙ୍କ କାର୍ଯ୍ୟକାଳ ପୁଣି ଚର୍ଚ୍ଚାକୁ ଆସିଛି । ୨୦୨୪ ଡିସେମ୍ବର ୨୪ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହରି ବାବୁ କମ୍ଭମପାଟିଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତ କରିଥିଲେ । ତତ୍କାଳୀନ ରାଜ୍ୟପାଳ ରଘୁବର ଦାସଙ୍କ ଇସ୍ତଫା ପରେ ଏହି ନିଯୁକ୍ତି ହୋଇଥିଲା । ୩ ଜାନୁଆରୀ ୨୦୨୫ରେ ଭୁବନେଶ୍ୱର ରାଜଭବନରେ ଆୟୋଜିତ ସମାରୋହରେ ଓଡ଼ିଶା ହାଇକୋର୍ଟର ତତ୍କାଳୀନ ମୁଖ୍ୟ ବିଚାରପତି ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂହ ତାଙ୍କୁ ଶପଥ ପାଠ କରାଇଥିଲେ । ସେ ରଘୁବର ଦାସଙ୍କ ସ୍ଥାନ ନେଇଥିଲେ । ରାଜ୍ୟପାଳ ଭାବେ ହରି ବାବୁ କମ୍ଭମପାଟିଙ୍କ କାର୍ଯ୍ୟକାଳରେ ଉଚ୍ଚଶିକ୍ଷା କ୍ଷେତ୍ରରେ କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଦେଖିବାକୁ ମିଳିଥିଲା । ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକର କୁଳାଧିପତି ଭାବେ ସେ କୁଳପତି ନିଯୁକ୍ତି, ଖାଲି ଅଧ୍ୟାପକ ପଦ ପୂରଣ ଏବଂ ଶିକ୍ଷାର ଗୁଣବତ୍ତା ଉପରେ ଗୁରୁତ୍ୱ ଦେଇଥିଲେ । ତାଙ୍କ କାର୍ଯ୍ୟକାଳରେ ଗୋଟିଏ ଦିନରେ ୧୪ଟି ବିଶ୍ୱବିଦ୍ୟାଳୟ ପାଇଁ କୁଳପତି ନିଯୁକ୍ତ ହୋଇଥିଲେ । ୩ ଅକ୍ଟୋବର ୨୦୨୬ରେ ସେ ବିଶ୍ୱବିଦ୍ୟାଳୟଗୁଡ଼ିକୁ ନଭେମ୍ବର ଶେଷ ସୁଦ୍ଧା ଖାଲି ଶିକ୍ଷକ ପଦ ପୂରଣ ପ୍ରକ୍ରିୟା ଶେଷ କରିବାକୁ କହିଥିଲେ । ୨୦୨୬ ଅଗଷ୍ଟରେ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଅତିକମରେ ଗୋଟିଏ ଲେଖାଏଁ ଗ୍ରାମକୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଆହ୍ୱାନ ଦେଇଥିଲେ । ଗ୍ରାମାଞ୍ଚଳରେ ଦକ୍ଷତା ବିକାଶ, ଉଦ୍ୟୋଗ ସୃଷ୍ଟି ଏବଂ ରୋଜଗାର ସୁଯୋଗ ବଢ଼ାଇବା ଉପରେ ତାଙ୍କର ଗୁରୁତ୍ୱ ରହିଥିଲା । ତାଙ୍କ କାର୍ଯ୍ୟକାଳରେ ଲୋକଭବନ ପରିସରରେ ୪୮୫ କିଲୋୱାଟ୍ ପିକ୍ କ୍ଷମତାର ନୂଆ ରୁଫ୍ ଟପ୍ ସୌରଶକ୍ତି ପ୍ରକଳ୍ପ ଉଦ୍ ଘାଟିତ ହୋଇଥିଲା। ଏହାଦ୍ୱାରା ମୋଟ ସୌରଶକ୍ତି କ୍ଷମତା ୬୩୫ କିଲୋୱାଟ୍ ରେ ପହଞ୍ଚିଥିଲା । ସେ ବିଶ୍ୱବିଦ୍ୟାଳୟଗୁଡ଼ିକୁ ମଧ୍ୟ ସବୁଜ କ୍ୟାମ୍ପସ୍ ଓ ସୌରଶକ୍ତି ବ୍ୟବହାର ପାଇଁ ଉତ୍ସାହିତ କରିଥିଲେ । ରାଜ୍ୟପାଳ ଭାବେ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ସମୟରେ ଦାୟିତ୍ୱ ତୁଲାଇଥିଲେ । ନିକଟରେ ୯ ଅକ୍ଟୋବର ୨୦୨୬ରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଲୋକଭବନରେ ସାକ୍ଷାତ କରିଥିଲେ। ଏହି ଅବସରରେ ରାଜ୍ୟର ବିକାଶ, ଜନକଲ୍ୟାଣ ଓ ପ୍ରଶାସନିକ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହୋଇଥିଲା । ବ୍ରଜ ମୋହନ ରାମଙ୍କ ନିଯୁକ୍ତି ଘୋଷଣା ହୋଇଛି । ନୂଆ ରାଜ୍ୟପାଳ ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ଏହି ନିଯୁକ୍ତି କାର୍ଯ୍ୟକାରୀ ହେବ। ହରି ବାବୁ କମ୍ଭମପାଟିଙ୍କ ପାଇଁ ଏପର୍ଯ୍ୟନ୍ତ କୌଣସି ନୂଆ ଦାୟିତ୍ୱ ଘୋଷଣା କରାଯାଇନାହିଁ ।

 

ପାନାମାରେ ଭୟଙ୍କର ଭୂକମ୍ପ: ୯୦୦ ଘର କ୍ଷତିଗ୍ରସ୍ତ, ଅନେକ ଆହତ

panama

ପାନାମା: ପାନାମାରେ ୬.୦ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ‘ୟୁରୋପିଆନ୍-ମେଡିଟେରେନିଆନ୍ ସିସ୍ମୋଲୋଜିକାଲ୍ ସେଣ୍ଟର’ (EMSC) ପକ୍ଷରୁ ସୂଚନା ମିଳିଛି । ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ ପ୍ରାୟ ୩୫ କିଲୋମିଟର ଗଭୀରତାରେ ଥିଲା । ପୂର୍ବରୁ ଗତ ଶୁକ୍ରବାର ଦିନ ସେଠାରେ ଏକ ଶକ୍ତିଶାଳୀ ୭.୭ ତୀବ୍ରତାର ଭୂକମ୍ପ ହୋଇଥିଲା, ଯାହା ପରେ ୩୦୦ ରୁ ଅଧିକ ଆଫ୍ଟରସକ୍ ରେକର୍ଡ କରାଯାଇଛି । ଏହି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଦେଶର ବହୁ ପରିମାଣରେ କ୍ଷୟକ୍ଷତି ହୋଇଛି । ସରକାର ସେଠାରେ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । କୌଣସି ମୃତ୍ୟୁ ଖବର ସାମ୍ନାକୁ ଆସିନାହିଁ, ହେଲେ ୨୭ ଜଣ ଆହତ ହୋଇଛନ୍ତି । ଦେଶର କେନ୍ଦ୍ରୀୟ ପ୍ରଦେଶଗୁଡ଼ିକରେ ୯୦୦ ଟି ଘର କ୍ଷତିଗ୍ରସ୍ତ ହୋଇଛି ଏବଂ ଭିତ୍ତିଭୂମି ନଷ୍ଟ ହୋଇଛି । ଦୁର୍ଗମ ଅଞ୍ଚଳରେ ଯାଞ୍ଚ ପ୍ରକ୍ରିୟା ଜାରି ରହିଥିବାରୁ ଏହି ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ଲୋସ୍ ସାନ୍ତୋସ୍ , ଭେରାଗୁଆସ୍ ଏବଂ ହେରେରା ପ୍ରଦେଶ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ।

 

 

 
 
 
 
 ଏ ମୁହୂର୍ତ୍ତର ଖବର : ଖଡ଼ିଆଳରେ ଚାଞ୍ଚଲ୍ୟ, ଗୋଟିଏ କୋଠରୀରୁ ସ୍ୱାମୀ-ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର | ଛାତ୍ର ସଂସଦ ନିର୍ବାଚନ: ଆଜି ଶେଷ ଦିନରେ ଆହୁରି ଜମିବ ପ୍ରଚାର, କଲେଜ କ୍ୟାମ୍ପସରେ ପୋଷ୍ଟର ୱାର୍ | ଗଭୀର ସମୁଦ୍ରରେ ଭାଙ୍ଗିଲା ବୋଟ, ଅଳ୍ପକେ ବର୍ତ୍ତିଲେ ୫ ମତ୍ସ୍ୟଜୀବୀ | ଛତିଶଗଡ଼ ସୁକମାରେ ମାଓ ଡମ୍ପ ଠାବ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ | ରାତିରେ କମ୍ପାନୀର ସାମଗ୍ରୀ ଜଗିଥିବାବେଳେ ସକ୍ୟୁରିଟି ଗାର୍ଡଙ୍କ ଜୀବନ ନେଇଗଲେ | ଧୀରେ ଧୀରେ ଶୀତର ଆଗମନ, କୁହୁଡ଼ିର ଧଳା ଚାଦରରେ ଢାଙ୍କି ହେଲା କନ୍ଧମାଳ ଜିଲ୍ଲା | କଟକ ସିଡିଏ ସେକ୍ଟର-୧୦ ରେ ଅଗ୍ନିକାଣ୍ଡ, ପିଏନଜି ଗ୍ୟାସ ଲାଇନ୍ ଲିକ୍ କାରଣରୁ ଲାଗିଲା ନିଆଁ | ଛତିଶଗଡ଼ ବିଜାପୁର ପୋଲିସ ନିକଟରେ ୬ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ, ୪ ଓଡିଶାର | ବୁଲେଟ୍ ଚାଳକଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଲା ପୋଲିସ, ୫୦ଟି ମୋଡିଫାଏଡ୍ ସାଇଲେନ୍ସର ଉପରେ ଚାଲିଲା ରୋଲର୍ | ସୁବର୍ଣ୍ଣପୁର ବିନିକା ପିଏଚଡି ଅଫିସ ପାଖରେ ଟ୍ରାକ୍ଟର-ବାଇକ ଦୁର୍ଘଟଣା, ୨ମୃତ | ଦେଖୁ ଦେଖୁ ରାସ୍ତା ଉପରେ ଜଳିଗଲା ସ୍କର୍ପିଓ | ୨ବର୍ଷ ପୂରିବା ପୂର୍ବରୁ ଶେଷ ହେବାକୁ ଯାଉଛି ହରି ବାବୁ କମ୍ଭମପାଟିଙ୍କ କାର୍ଯ୍ୟକାଳ, ୨୦୨୪ରେ ଓଡ଼ିଶାର ରାଜ୍ୟପାଳ ଭାବେ ହୋଇଥିଲେ ନିଯୁକ୍ତ | ସୌମ୍ୟରଞ୍ଜନ ରଥଙ୍କ ପାଇଁ ବଢ଼ିପାରେ ଅଡ଼ୁଆ, ପୁରୁଣା ଜାମିନ ବାତିଲ ସହ ଲାଇସେନ୍ସ ରଦ୍ଦ ସମ୍ଭାବନା | ବଙ୍ଗୋପସାଗରରେ ଆଜି ଲଘୁଚାପ! କାଲିଠୁ ଓଡ଼ିଶାରେ ବଢ଼ିବ ବର୍ଷା | କୂଅରେ ପଡ଼ିଲା ହାତୀ, ଦୀର୍ଘ ସମୟ ପରେ ଉଦ୍ଧାର କଲା ବନ ବିଭାଗ | ପୋଲିସ ବ୍ୟାରିକେଡ୍ ଡେଇଁ ଜନ୍ତରମନ୍ତରରେ ପଶିଲେ CJP ନେତା: ପୁଣି ସୌରଭ,ଆଶୁତୋଷ ଓ ଅଜିଙ୍କ୍ୟ ଅଟକ | ସୁଦାନ-ଇଜିପ୍ଟ ସୀମାରେ ମୃତ୍ୟୁର ତାଣ୍ଡବ, ଚାଲିଗଲା ୭୨ ଜୀବନ | ଜଳସେଚନ ବିବାଦରେ ଆମେରିକୀୟ ଚାଷୀ, ୬.୧୮ ଲକ୍ଷ ଡଲାର ଜରିମାନାରୁ ଆରମ୍ଭ ଆଇନଗତ ଲଢ଼େଇ | ଲାଇନଚ୍ୟୁତ ହେଲା ଏକ୍ସପ୍ରେସ୍ ଟ୍ରେନ୍, ୫ ମୃତ ଓ ୩୦ ଆହତ | ରାହୁଲ ବନାମ ନିର୍ବାଚନ କମିଶନ: ଆଜି ସୁପ୍ରିମକୋର୍ଟରେ ବଡ଼ ଶୁଣାଣି | ପାନାମାରେ ଭୟଙ୍କର ଭୂକମ୍ପ: ୯୦୦ ଘର କ୍ଷତିଗ୍ରସ୍ତ, ଅନେକ ଆହତ |
 
Copyright©2026, OdishaNewsEpaper, All rights reserved.